ମୁଁ/ଆମେ ହେଉଛୁ ବୃତ୍ତିରେ କୃଷକ ଏବଂ ଏହିକି ଯେ ମୋ ଦ୍ୱାରା ନିଆଯାଇଥିବା ଋଣ ମୁଖ୍ୟତଃ କୃଷି, ଚାଷବାସ ଏବଂ ଚାଷବାସ ସହ ଜଡ଼ିତ ଗତିବିଧିର ବ୍ୟବସାୟରେ ଉପଯୋଗ କରାଯିବ। ମୁଁ/ଆମେ ବୁଝିଛୁ ଯେ ଏହି ବିତ୍ତୀୟ ସହଯୋଗ L&T ଫାଇନାନ୍ସ ଲିମିଟେଡ୍‌ ("LTF")ର ସମ୍ପୂର୍ଣ୍ଣ ବିବେଚନାରେ ହେବ। ମୁଁ/ଆମେ LTF ଦ୍ୱାରା ଆବଶ୍ୟକ ହେବା ଅନୁଯାୟୀ ମୋର/ଆମର KYC ସୂଚନା ଡିଜିଟାଲ୍‌/ଭୌତିକ ସ୍ୱରୂପରେ ପ୍ରକାଶ କରିଛୁ ଏବଂ ମୋର/ଆମର KYC ଡକ୍ୟୁମେଣ୍ଟ୍‌ ସଂଲଗ୍ନ କରିଛୁ। ମୁଁ/ଆମେ ସ୍ୱେଚ୍ଛାକୃତ ଭାବରେ LTFକୁ ମୋର/ଆମର ଆଧାର ବିବରଣୀ ପ୍ରଦାନ କରିଛୁ। ମୁଁ/ଆମେ ଏତଦ୍‌ ଦ୍ୱାରା ନିଶ୍ଚିତ କରୁଛୁ ଏବଂ ଘୋଷଣା କରୁଛୁ ଯେ ଏଠାରେ ପ୍ରଦାନ କରାଯାଇଥିବା ସୂଚନା ସତ୍ୟ ଏବଂ ସଠିକ୍‌ ଅଟେ।

ମୁଁ/ଆମେ ଦର୍ଶାଉଛୁ, ନିଶ୍ଚିତ କରୁଛୁ ଏବଂ ସହମତ ଯେ ମୁଁ/ଆମେ ସଚେତନ ଯେ ଅଧିକାରିକ ଭାବରେ ବୈଧ ଡକ୍ୟୁମେଣ୍ଟ୍‌ (OVD) ଭାବରେ ଆଧାର ନମ୍ବର ଧାରଣ କରିଥିବା ମୋର/ଆମର ଆଧାର ନମ୍ବର (OVD) ଥିବାର ପ୍ରମାଣର ଏକ ନକଲ ଦାଖଲ ବାଧ୍ୟତାମୂଳକ ନୁହେଁ, ତଥାପି, ମୁଁ/ଆମେ ସ୍ୱେଚ୍ଛାକୃତ ଭାବରେ ମୋର/ଆମର ଆଧାର ନମ୍ବର (OVD) ଥିବାର ପ୍ରମାଣନ ନକଲ ପ୍ରଦାନ କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ସହମତି ପ୍ରକାଶ କରିଛୁ, ଏହା L&T ଫାଇନାନ୍ସ ଲିମିଟେଡ୍‌କୁ ବିଦ୍ୟମାନ ନିୟମ ଏବଂ ନିୟାମକ ସହ ଏବଂ ଏହା ଉଦ୍ଦେଶ୍ୟରେ ପ୍ରମାଣନ/ ସତ୍ୟାପନ ନିମନ୍ତେ ଅଧିକାରିକ ଭାବରେ ବୈଧ ଡକ୍ୟୁମେଣ୍ଟ୍‌ଗୁଡ଼ିକ ମଧ୍ୟରୁ ଅନ୍ୟତମ।

ମୁଁ ଏତଦ୍‌ ଦ୍ୱାରା L&T ଫାଇନାନ୍ସ ଲିମିଟେଡ୍‌କୁ ମୋର ବ୍ୟକ୍ତିଗତ ତଥ୍ୟ ( ଆଧାର ବିବରଣୀ, ଅବସ୍ଥାନ, ମୂଲ୍ୟାଙ୍କନ ପ୍ରକ୍ରିୟା ସମୟରେ ସଂଗ୍ରହ କରାଯାଇଥିବା ଅଡିଓ/ଭିଡିଓ ତଥ୍ୟ ସମେତ) ପ୍ରକ୍ରିୟାକରଣ, ଯାହା ମଧ୍ୟରେ ମୋର KYC, ବ୍ୟୁରୋ ଏବଂ ଡିଜିଲକର୍‌ ସୂଚନା ଅନ୍ତର୍ଭୁକ୍ତ ଏବଂ ମୋର ଲୋନ୍‌ ଆପ୍ଲିକେସନ୍‌ ନିମନ୍ତେ ତୃତୀୟ ପକ୍ଷକୁ ଏହା ବିନିମୟ କରିବା ପାଇଁ ସହମତି ପ୍ରକାଶ କରୁଛି ଏବଂ ଏତଦ୍‌ ଦ୍ୱାରା ଗୋପନୀୟତା ନୀତି ପ୍ରତି ସହମତି ପ୍ରକାଶ କରୁଛି।

ମୁଁ ଏତଦ୍‌ ଦ୍ୱାରା L&T ଫାଇନାନ୍ସ ଲିମିଟେଡ୍‌କୁ ଭିଡିଓ KYC ପରିଚାଳନା କରିବା ପାଇଁ ଏବଂ ଘର, ଜିନିଷପତ୍ର, ସଂରଚନାଗତ ବ୍ୟବସ୍ଥାର ଛବି ସମେତ ସମସ୍ତ ଅଡିଓ/ଭିଡିଓ ଡାଟା ଉପଯୁକ୍ତ ଭାବରେ ରେକର୍ଡ, ସଂରକ୍ଷଣ, ତୃତୀୟ ପକ୍ଷ ସହ ବିନିମୟ ଏବଂ ଋଣ ମୂଲ୍ୟାଙ୍କନ ପ୍ରକ୍ରିୟା ନିମନ୍ତେ ପ୍ରକ୍ରିୟାକରଣ ଏବଂ ଗୋପନୀୟତା ନୀତି ରେ ପ୍ରଦାନ କରାଯାଇଥିବା ଏପରି ଅନ୍ୟ ଗତିବିଧିଗୁଡ଼ିକ ନିମନ୍ତେ ସହମତି ଜଣାଉଛି।

/ଆମେ ଆହୁରି ମଧ୍ୟ ନିଶ୍ଚିତ କରୁଛୁ ଏବଂ ଘୋଷଣା କରୁଛୁ ଯେ ମୋ/ଆମ ଦ୍ୱାରା ସଂଲଗ୍ନ କରାଯାଇଥିବା ଡକ୍ୟୁମେଣ୍ଟ୍‌ଗୁଡ଼ିକର ବିଷୟବସ୍ତୁ ସତ୍ୟ ଏବଂ ସଠିକ୍‌। ମୁଁ/ଆମେ ଡକ୍ୟୁମେଣ୍ଟ୍‌କରଣ ସମ୍ପୂର୍ଣ୍ଣ କରିବା ପାଇଁ LTF ଦ୍ୱାରା ଆବଶ୍ୟକ ହେବା ଅନୁଯାୟୀ ସୂଚନା/ ଡକ୍ୟୁମେଣ୍ଟ୍‌ ସଂଲଗ୍ନ କରିବା ପାଇଁ ସହମତ ହେଉଛୁ। ମୁଁ/ଆମେ ଆହୁରି ମଧ୍ୟ ପ୍ରମାଣ କରୁଛୁ ଯେ ମୁଁ/ଆମେ ହେଉଛୁ ଭାରତୀୟ ନାଗରିକ। ଲୋନ୍‌ ରାଜିନାମାର ପ୍ରକ୍ରିୟାକରଣ ଦେୟ ଦିଗରେ କୌଣସି ନଗଦ ଅର୍ଥ/ବିଅରର୍‌ ଚେକ୍‌ ମୋଠାରୁ ଆଦାୟ କରାଯାଇନାହିଁ। LTF କିମ୍ବା ଏହାର କୌଣସି ଅଧିସ୍ୱୀକୃତ ପ୍ରତିନିଧିଙ୍କ ଦ୍ୱାରା ମୋତେ/ଆମକୁ କୌଣସି ରିହାତି/ ମାଗଣା ଉପହାର କିମ୍ବା ଅନ୍ୟ କୌଣସି ପ୍ରତିଶ୍ରୁତି/ବଚନ ଦିଆଯାଇନାହିଁ।

ମୁଁ/ଆମେ ଏତଦ୍‌ ଦ୍ୱାରା LTFକୁ ମୋର/ଆମର ସାମ୍ପତିକ ଠିକଣା ମୋର/ଆମର ବିଦ୍ୟମାନ ରାଜିନାମା ବିବରଣୀ ଅଦ୍ୟତନ କରିବାକୁ ଏବଂ ସମସ୍ତ ରାଜିନାମାକୁ ମୋର/ଆମର କ୍ଲାଏଣ୍ଟ୍‌ ID ଅଧୀନରେ ଲିଙ୍କ୍‌ କରିବା ପାଇଁ ଅନୁରୋଧ ଏବଂ ଅଧିସ୍ୱୀକୃତ କରୁଛି। ମୁଁ/ଆମେ ଏତଦ୍‌ ଦ୍ୱାରା LTFକୁ ମୋର/ଆମର ବିଦ୍ୟମାନ ଲୋନ୍‌ ପରିଶୋଧ ଇତିହାସ, ଯୋଗାଯୋଗ ସୂଚନା ସହ ସମ୍ପର୍କିତ ସମସ୍ତ ସୂଚନା ଓ ବିବରଣୀ LTFର ଅନୁବନ୍ଧିତ/ସମୂହ କମ୍ପାନୀ, ବ୍ୟାଙ୍କ୍‌, ବିତ୍ତୀୟ ପ୍ରତିଷ୍ଠାନ, କ୍ରେଡିଟ୍‌ ବ୍ୟୁରୋ, କ୍ରେଡିଟ୍‌ ଏଜେନ୍ସି, ବୈଧାନିକ କର୍ତ୍ତୃପକ୍ଷକୁ ସେୟାର୍‌ କରିବା ପାଇଁ ଅଧିସ୍ୱୀକୃତ କରୁଛି ଯେପରି ଲୋନ୍‌ ଅନୁରୋଧ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକ ହୋଇପାରେ।

ମୁଁ/ଆମେ ମୁଁ ଏତଦ୍‌ ଦ୍ୱାରା LTFକୁ ଯେ କୌଣସି ପ୍ରମୋସନାଲ୍‌ ମାର୍କେଟିଂ ଅଫର୍‌ ଏବଂ LTF ଏବଂ ଏହାର ଅନୁବନ୍ଧିତ କମ୍ପାନୀଗୁଡ଼ିକର ଅନ୍ୟ ନେଣଦେଣ/ ଫିଚର୍‌/ ଉତ୍ପାଦ/ ସେବା ମୋତେ SMS/ଫୋନ୍‌/ଇମେଲ୍‌/ ହ୍ୱାଟ୍‌ସଆପ୍‌ ମାଧ୍ୟମରେ ସେୟାର୍‌/ଯୋଗାଯୋଗ କରିବା ପାଇଁ ଅଧିସ୍ୱୀକୃତ କରୁଛି। ମୁଁ/ଆମେ ଏତଦ୍‌ ଦ୍ୱାରା ନିଶ୍ଚିତ କରୁଛି ଯେ ମୋ/ଆମ ଦ୍ୱାରା ଏହି ଆବେଦନ ଅଧୀନରେ ନିଆଯାଇଥିବା ଲୋନ୍‌ରୁ କିଣାଯାଇଥିବା ଉପକରଣ କେବଳ କୃଷି ଉଦ୍ଦେଶ୍ୟ ନିମନ୍ତେ ବ୍ୟବହାର କରାଯିବ। ମୁଁ/ଆମେ ଏତଦ୍‌ ଦ୍ୱାରା LTF ମୋର/ଆମର ଲୋନ୍‌ ବିତରଣର ରାଜ୍ୟୱାରୀ ଅଗ୍ରଗତି SMS/ଫୋନ୍‌/ଇମେଲ୍‌/ହ୍ୱାଟ୍‌ସଆପ୍‌ ମାଧ୍ୟମରେ ସେୟାର୍‌/ଯୋଗାଯୋଗ କରିବା ପାଇଁ ଅଧିସ୍ୱୀକୃତ କରୁଛି।

ମୁଁ/ଆମେ LTFର ଅଧିକାରୀମାନଙ୍କୁ CIBIL ସ୍କୋର୍‌ ଜେନେରେଟ୍‌ କରିବା ପାଇଁ ଏକକାଳୀନ ପାସ୍‌ୱାର୍ଡ ସେୟାର୍‌ କରିବା ପାଇଁ ସ୍ୱେଚ୍ଛାକୃତ ଭାବରେ ମୋର ସହମତି ପ୍ରଦାନ କରୁଛି ଏବଂ ବୈଦ୍ୟୁତିକ ଭାବରେ ଲୋନ୍‌ ରାଜିନାମାରେ ସ୍ୱାକ୍ଷର କରୁଛି। CIBIL ସ୍କୋର୍‌ ଜେନେରେଟ୍‌ କରିବା ପାଇଁ ଏକକାଳୀନ ପାସ୍‌ୱାର୍ଡ ସେୟାର୍‌ କରିବା ଏବଂ ବୈଦ୍ୟୁତିକ ଭାବରେ ଲୋନ୍‌ ରାଜିନାମା ସ୍ୱାକ୍ଷର କରିବା ନିମନ୍ତେ ମୋର/ଆମର ସହମତି ମୁକ୍ତ ଭାବରେ ପ୍ରଦାନ କରାଯାଇଛି ଏବଂ ବଳପୂର୍ବକ କିମ୍ବା ଅନୁପଯୁକ୍ତ ପ୍ରଭାବ କିମ୍ବା ଠକାମୀ କିମ୍ବା ଭ୍ରାମାତ୍ମକ ଉପସ୍ଥାପନ କିମ୍ବା ତ୍ରୁଟି ଯୋଗେ ହାସଲ କରାଯାଇ ନାହିଁ।

ମୁଁ/ଆମେ ନିଶ୍ଚିତ କରୁଛୁ ଯେ ଏଠାରେ ଉର୍ଦ୍ଧ୍ୱରେ ଯାହାସବୁ ଦର୍ଶାଯାଇଛି ତାହା ପଢ଼ା ଯାଇଛି ଏବଂ ମୋତେ ମୋ ________ ଭାଷାରେ ବୁଝାଇ ଦିଆଯାଇଛି ଏବଂ ଏହାକୁ ମୁଁ ବୁଝିଛି।

ସୁଧ ହାର ମଡେଲ୍‌ ଏବଂ ବିପଦ ସ୍ତର ସମ୍ପର୍କରେ ଅଧିକ ସୂଚନା ପାଇଁ https://bit.ly/LTF_InterestRateModel ରେ କ୍ଲିକ୍‌ କରନ୍ତୁ।

ଆପଣଙ୍କ ଲୋନ୍‌ ଆକାଉଣ୍ଟ ନିମନ୍ତେ ପ୍ରଯୁଜ୍ୟ ଦେୟ ଏବଂ ଶୁଳ୍କ ସମ୍ପର୍କରେ ଅଧିକ ସୂଚନା ପାଇଁ https://bit.ly/Updated_SOC ରେ କ୍ଲିକ୍‌ କରନ୍ତୁ।